ଏବିପି ସର୍ଭେରେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ଏବିପି-ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିଛି । ନବୀନ ପଟ୍ଟନାୟକ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ବିଜେଡି ନେତା କହିଛନ୍ତି, ଅନ୍ୟ ରାଜ୍ୟ ର ମୁଖ୍ୟମନ୍ତ୍ରୀ ବର୍ଷେ କି ୨ବର୍ଷ ୧ନୁମ୍ବର ହୋଇଥିବା ବେଳେ ୨୦ ବର୍ଷ ଧରି ନମ୍ବର ୧ ହୋଇ ରହିଛନ୍ତି ନବୀନ ପଟ୍ଟନାୟକ। ଗତ ୨୦ ବର୍ଷ ଭିତରେ ଲୋକଙ୍କ ସମସ୍ୟା ଯାହା ବି ଅଛି ତାକୁ ଦୂର କରିବା ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ସୁଚାରୁ ରୁପେ ତୁଳାଇଛନ୍ତି। ସେଇଥିପାଇଁ ଓଡିଶାର ବିକାଶ ହୋଇଛି ବୋଲି କହିଛନ୍ତି ବିଜେଡି ନେତା ।