ଆଇ-କାର୍ଡ ବିନା ପ୍ରବେଶ ମନା : କୁଳପତି

ଭୁବନେଶ୍ବର(ଏସ୍ ନ୍ୟୁଜ): କ୍ୟାମ୍ପସ ଖୋଲିବାର କିଛିଦିନ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଉତ୍ତେଜନା । କୁଳପତିଙ୍କ କର୍ଯ୍ୟାଳୟକୁ ଘେରାଉ କରିଛନ୍ତି କିଛି ଛାତ୍ର ଗୋଷ୍ଠୀ । ବାଣୀବିହାରରେ ଥିବା ଗୋପବନ୍ଧୁ ଛାତ୍ରାବାସରେ ବିଭିନ୍ନ ସମସ୍ୟାକୁ ନେଇ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହୋଇଥିଲେ ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଘଟଣାରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଏଥର ବାଣୀବିହାର କ୍ୟାମ୍ପସ ଅଣଛାତ୍ରମୁକ୍ତ ହେବ । ମୁଖ୍ୟ ଫାଟକରେ କଡାକଡି ଯାଞ୍ଚ କରାଯିବ। ବିନା ଆଇ-କାର୍ଡରେ କ୍ୟାମ୍ପସ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କୁଳପତି କହିଛନ୍ତି ।