ମହାପ୍ରଭୁଙ୍କ ଆଡ଼ପମଣ୍ଡପ ବିଜେ By Shaksi News Last updated Jul 13, 2021 0 ପୁରୀ,(ଏସ୍ ନ୍ୟୁଜ): ପୁରୀରେ ଗତକାଲି ଶାନ୍ତି ଓ ଶୃଙ୍ଖଳାର ସହିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ କାଳିଆ ସାଆନ୍ତ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯାଇଛନ୍ତି। ଶ୍ରୀଜିଉମାନେ ନିଜ ନିଜ ରଥରେ ଜୁଲାଇ ୧୨ ତାରିଖ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚିଥିଲେ। ମନ୍ଦିରର ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିବାରୁ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ସେବାୟତମାନେ ହସଖୁସିରେ ତିନି ରଥକୁ ସିଂହଦ୍ୱାର ଚକଡ଼ା ଠାରୁ ଶରଧାବାଲି ଚକଡ଼ାକୁ ନେଇ ପହଞ୍ଚାଇଥିଲେ। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 କୋଭିଡ-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନୀତିରେ ବିଭ୍ରାଟ ଦେଖାଯାଇ ନଥିବା ସୂଚନା ରହିଛି। କେବଳ ଦୁଃଖ ରହିଛି ଯେ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଦେଖିବାକୁ ମିଳିନାହିଁ। କାରଣ ରଥ ଉପରେ ଯେତେବେଳେ ଘଣ୍ଟ ଓ ଶଙ୍ଖ ବାଜୁଥିବା ବେଳେ ବଡ଼ଦାଣ୍ଡରେ ହରିବୋଲ ଓ ହୁଳହୁଳି ଦେବାକୁ ଭକ୍ତଙ୍କର ଅନୁପସ୍ଥିତି ଖାଁ ଖାଁ ଲାଗୁଥିଲା। ଶ୍ରୀଜିଉମାନେ ଆଜି ଦିନ ସାରା ରଥାରୁଢ଼ ହୋଇରହିବେ। ମହାପ୍ରଭୁଙ୍କ ସକାଳ ନୀତି ରଥ ଉପରେ ଅନୁଷ୍ଠିତ ହୋଇଛି। ଆଜି ମହାପ୍ରଭୁଙ୍କୁ କେବଳ ଶୁଖିଲା ଭୋଗ ଅର୍ପଣ କରାଯିବ। ସନ୍ଧ୍ୟାରେ ରଥରୁ ଓହ୍ଲାଇ ଶ୍ରୀଜିଉମାନେ ଜନ୍ମବେଦୀକୁ ଯିବେ। ସେଠାରେ ଲୀଳାଖେଳା କରିବେ। ଏଥି ସହିତ ଭକ୍ତମାନଙ୍କୁ ଆଜିଠାରୁ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଆଡ଼ପ ଅବଢ଼ାର ବିଶେଷତ୍ୱ ରହିଛି। କାରଣ ଏହା ମହାପ୍ରଭୁଙ୍କ ମାଉସୀ ଶ୍ରୀଗୁଣ୍ଡିଚା ପ୍ରସ୍ତୁତ କରିଥାନ୍ତି। ଅନ୍ୟଦୃଷ୍ଟିରେ କହିବାକୁ ଗଲେ ଆଡ଼ପ ଅବଢ଼ା ବର୍ଷକରେ ଥରଟିଏ ମିଳିଥାଏ। ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ଥିବା ପର୍ଯ୍ୟନ୍ତ ଏହା ଭକ୍ତକୁ ମିଳିପାରିଥାଏ। ମହାପ୍ରଭୁଙ୍କ ୯ ଦିବସୀୟ ଯାତ୍ରା ଶେଷ ହେବା ପରେ ଭକ୍ତଙ୍କୁ ପୁଣି ବର୍ଷେ ପାଇଁ ଏହା ପାଇବାକୁ ଅପେକ୍ଷା କରିବାକୁ ହୋଇଥାଏ। Continue Reading #@JagannathaDhaam#PuriOdisha 0 Share