୩ ଦିନ ପରେ ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆଉ ୩ ଦିନ ପରେ ରାଜ୍ୟକୁ ଶୀତ ଫେରିବ । ଓଡ଼ିଶା ଶୀତରେ ଥରିବ । ବାତ୍ୟା ଜୱାଦ ପାଇଁ ମେଘୁଆ ପାଗ ଓ ବର୍ଷା ଯୋଗୁ ରାଜ୍ୟରେ ଶୀତର ପ୍ରକୋପ କମ୍‌ ରହିଥିଲା । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିଛି । ତେଣୁ ଆସନ୍ତା ୨-୩ ଦିନ ମଧ୍ୟରେ ଧୀରେ ଧୀରେ ଶୀତ ବଢିବାର ସମ୍ଭାବନା ରହିଛି । ବିଶେଷକରି ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।