ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର, (ଏସ୍ ନ୍ୟୁଜ‌): ଆଜିଠାରୁ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ ଖୋଲିବ । ଆସନ୍ତା ୧୭ ତାରିଖଠାରୁ ପାଠପଢ଼ା ଆରମ୍ଭ ହେବ । କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବା ସହ ପାଠପଢ଼ା ଆରମ୍ଭ ହେବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଇଟିଆଇ, ପଲିଟେକନିକ୍, ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଆରମ୍ଭ ହେବ । ପ୍ରଫେସନାଲ୍ ଶିକ୍ଷାନୁଷ୍ଠାନଗୁଡ଼ିକରେ ବି ପାଠପଢ଼ାକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । କରୋନା ସ୍ଥିତି ସୁଧୁରିବା ପରେ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଉଛି ।