ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୪ତମ ପ୍ରତିଷ୍ଠା ଦିବସ ପାଳିତ

ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ…

କନ୍ଧମାଳ : ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୪ ତମ ସ୍ଥାପନା ଦିବସ ତଥା ‘ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ’ ଅବସରରେ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ପତାକା ଉତ୍ତୋଳନ କରିବା ସହିତ ଏବିଭିପିର ୭୫ ବର୍ଷର ଇତିହାସ ଉପରେ ଆଲୋଚନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠି, ଜିଲ୍ଲା ସହ- ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ଜନଜାତି ଛାତ୍ରୀ ପ୍ରମୁଖ ପଦ୍ମାବତୀ କହଁର, ଅମିତ ବେହେରା, ରଜତ ବେହେରା ଏବଂ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।