ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ

ଗଞ୍ଜାମ: ଗଞ୍ଜାମ ପ୍ରଶାସନର କଡା ପଦକ୍ଷେପ ଗଞ୍ଜାମ ପୁନଃ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ତାରିଖ ସକାଳ ୫ଟାରୁ ଫେବୃଆରୀ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାର  ସମସ୍ତ ଧର୍ମାନୁଷ୍ଠାନ, ମା’ ତାରା ତାରିଣୀ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ମନ୍ଦିର, ମା’ ସିଦ୍ଧଭୈରବୀ ମନ୍ଦିର ସର୍ବ ସାଧାରଣଙ୍କ ପାଇଁ ବନ୍ଦ ରହିବ । କିନ୍ତୁ ମା’ଙ୍କ ରୀତିକାନ୍ତ ଅଳ୍ପ ସଂଖ୍ୟାକ ସେବାୟତକୁ ନେଇ ଚାଲିବ । ଏହି ଆଦେଶକୁ ଅବମାନନା କଲେ କୋଭିଡ ଗାଇଡ଼ ଲାଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଉ କି ଗତ ତିନି ଦିନ ମଧ୍ୟ୍ୟରେ ଜିଲ୍ଲାରେ ଶହେରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।