ମହାନଦୀ ବୋଟ୍‌ ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ହାତୀ ଉଦ୍ଧାର ଅପରେସନ ବେଳେ ମହାନଦୀ ବୋଟ୍‌ ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପର୍ତ୍ତା ମିଳିନାହିଁ। ଏବେ ମହାନଦୀରେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି। ସେପଟେ ଉଦ୍ଧାର ହୋଇଥିବା ଓଟିଭିର ଚିଫ୍‌ ରିପୋର୍ଟର ଅରନ୍ଦିମ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ସମେତ ୫ ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଭାତଙ୍କ ସମେତ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛନ୍ତି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।