ପୁଣି MKCG ମେଡିକାଲରେ ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୱାଡର ଛାତରୁ ଖସିଛି ସିଲିଂ । ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଆଜି ପୁଣି ଏକ ଅଘଟଣ ଘଟିଛି । ସୁପର ସ୍ପେଶାଲିଷ୍ଟ ବ୍ଲକର ତୃତୀୟ ମହଲାରେ ଖସିଛି ସିଲିଂ । ତୃତୀୟ ମହଲାର ଏଣ୍ଡ୍ରୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଥିବା ଜଣାପଡିଛି । ଏଥିରେ କେହି ରୋଗୀ ଓ ସମ୍ପର୍କୀୟ ଆହତ ହୋଇନଥିବା ସୂଚନା ମିଳିଛି ।  ସେହିପରି ଗତକାଲି ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରୁ ସିଲିଂ ଖସିଥିଲା । ଏହାରି ଭିତରେ ୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ସେଠାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ତେଣେ ଆଜି ଚିକିତ୍ସା ଅବହେଳାରୁ ଏମକେସିଜିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ମଧ୍ୟ ଆସିଛି ।