୧୭ରେ ଆଉ ଏକ ଘୂର୍ଣ୍ଣିବଳୟ: ବାତ୍ୟା ଆଶଙ୍କା

ଭୁବନେଶ୍ୱର: ଘର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି । ଏପରି ସମୟରେ ପୁଣି ଆଉ ଏକ ଲଘୁଚାପ ହେବା ନେଇ ସୂଚନା ମିଳିଛି । ଆସନ୍ତା ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ବାତ୍ୟ ହେବା ନେଇ ଆମେରିକା ଟ୍ରିଡ୍‌ବିଟ୍‌ସ୍‌.କମ୍‌ ଆଶଙ୍କା କରିଛି ।

ଏହାର ପ୍ରଭାବ ୨୨ରୁ ୨୩ ମଧ୍ୟରେ ଦେଖା ଦେବାନେଇ କହିଛି ସଂସ୍ଥା । ଆକଳନ ଅନୁସାରେ ଆଣ୍ଡାମାନ ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଅତିକ୍ରମ କରିବ । ଯାହା ଦ୍ୱାରା ପ୍ରଭାବିତ ହେବ ଓଡ଼ିଶା । ହେଲେ ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କି ହେବାକୁ ଥିବା ଘୁର୍ଣ୍ଣିବଳୟର ପ୍ରଭାବ କେତେ ରହିବ ତାହା କୁହାଯାଇନାହିଁ । ହେଲେ ଆଗାମୀ ଏକ ସପ୍ତାହ ପରେ ଏହାର ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।