ଆଜିଠୁ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର : ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ସୋମବାର ପୂର୍ବାହ୍ନ ୧୧ଟାରୁ ଆବେଦନ କରିପାରିବେ ଅନଲାଇନ୍ ମାଧ୍ୟମରେ ଆବେଦନର ଶେଷ ତାରିଖ ଜୁନ୍ ୨୦ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି।

ସେହିପରି କଟଅଫ୍ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୨୮ ତାରିଖ ସକାଳ ୧୧ଟା ୪୫ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୯ ରୁ ଜୁଲାଇ ୫ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମ ଲେଖାଇବେ।