ଗ୍ୟାସ୍‌ ହୋଇଛି କି ଆପଣାନ୍ତୁ ଏହି ଟିପ୍ସ

ଗ୍ୟାସ୍‌ଷ୍ଟ୍ରିକ୍‌ ଆଜିକାଲି ଏକ ସାଧାରଣ ସମସ୍ୟା। ବେଳେବେଳେ ଯଦି ଆପଣ ଅଧିକ, ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପେଟରେ ଗ୍ୟାସ୍ ସୃଷ୍ଟି ହେବାକୁ ଆଦୌ ସମୟ ନିଏ ନାହିଁ।

ଯେତେବେଳେ ପେଟରେ ଗ୍ୟାସ୍‌ ସୃଷ୍ଟି ହୁଏ ତ କିଛି ବି କାମରେ ମନ ଲାଗନି। ଏହି ପରିସ୍ଥିତିରେ ଗ୍ୟାସରୁ ମୁକ୍ତି ପାଇବା ଆବଶ୍ୟକ ହୋଇପଡ଼େ।

ଆମେ ଅପଣଙ୍କୁ ଏକ ଘରୋଇ ଉପାୟ କହିବୁ, ଯେଉଁଥିରେ ଅ‌ପଣ ଚୁଟ୍‌କିରେ ଗ୍ୟାସ୍‌ ଦୂର କରିପାରିବେ। ଏଥିପାଇଁ ଆପଣଙ୍କୁ ନେବାକୁ ପଡ଼ିବ ୨ ଚାମଚ୍‌ ଜୁଆଣି, ଏକ ଚତୁର୍ଥାଂଶ ଚାମଚ୍‌ ହେଙ୍ଗୁ, ଗୋଟାଏ ଚାମଚ କଳା ଲୁଣ।