ରାତି ତିନିଟାରେ ଦେଖନ୍ତୁ ଉତର ଆକାଶରେ ଲଞ୍ଜାତାରା

ବୁଧବାର-ଗୁରୁବାର ରାତି ତିନିଟାରୁ ଉତର ଆକାଶରେ ଲଞ୍ଜାତାରା

ଭୁବନେଶ୍ୱର: ବୁଧବାର-ଗୁରୁବାର ରାତି ତିନିଟାରୁ ଉତର ଆକାଶରେ ଲଞ୍ଜାତାରା ଦେଖାଯିବ । ମେଘମୁକ୍ତ ନିର୍ମଳ ଆକାଶରେ ଖାଲି ଆଖିରେ ଲଞ୍ଜାତାରା ଦେଖିବାର ସୁଯୋଗ ବିରଳପ୍ରାୟ କାରଣରୁ ତାକୁ ହାତଛଡ଼ା ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ପଠାଣୀ ସାମନ୍ତ ପ୍ଲାନେଟୋରିୟମ ମୁଖ୍ୟ ଶୁଭେନ୍ଦୁ ପଟ୍ଟନାୟକଙ୍କ ମତରେ ଗ୍ରାମାଂଚଳର ଲୋକମାନେ ଧୂମକେତୁଟିକୁ ଝାପସା ଦେଖିପାରିବେ ମାତ୍ର ସହରାଂଚଳ ଜନତା ଆଲୋକ ପ୍ରଭାବରୁ ଖାଲି ଆଖିରେ ଦେଖି ପାରିବେନି ।
ଦୃଶ୍ୟମାନ ହେବାକୁ ଯାଉଥିବା ଧୂମକେତୁ ବା ଲଞ୍ଜାତାରା ସଂପର୍କରେ ଶ୍ରୀ ପଟ୍ଟନାୟକ କହନ୍ତି, ୨୦୨୨ ମାର୍ଚ୍ଚ ମାସରେ ଉକ୍ତ ଧୂମକେତୁଟିକୁ ଆବିଷ୍କାର କରାଯାଇଥିଲା ।
ଧୂମକେତୁଟିର ନାମ ସି-୨୦୨୨-ଇ୩ । ଆଜି ଉକ୍ତ ଧୂମକେତୁଟି ପୃଥିବୀଠାରୁ ୪୨୦ କୋଟି କିଲୋମିଟର ଦୂରତାରେ ରହିବ । ସେହି କାରଣରୁ ଭୋର ୩ଟାରୁ ୪ଟା ଭିିତରେ ଉତର ଆକାଶରେ ଧୂମକେତୁଟି ଝାପସା ଦେଖାଯିବ । ଧୂମକେତୁଟି ଧ୍ରୁବତାରା ଓ ସପ୍ତର୍ଷି ମଣ୍ଡଳ ମଝିରେ ରହିବାର ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ୨୦-୨୫ଟି ଧୂମକେତୁ ପୃଥିବୀର ନିକଟତର ହୋଇଥାନ୍ତି । ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଧୂମକେତୁଟି ଗତି କଲାବେଳେ ତା’ର ବିପରୀତ ଦିଗରେ ଏକ ଲାଞ୍ଜ ପ୍ରତୀୟମାନ ହୋଇଥାଏ । କିଛି ଧୂମକେତୁ ଅତି ଛୋଟ ହୋଇଥିବାରୁ ଖାଲି ଆଖିରେ ଦିଶନ୍ତି ନାହିଁ । ସାଧାରଣତଃ ବିଶାଳ ଲାଞ୍ଜ ବିଶିଷ୍ଟ ଧୂମକେତୁ ଖାଲି ଆଖିରେ ଦେଖାଯାଏ ।
ତାକୁ ହାତଛଡ଼ା ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।