ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜୀ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ l

ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମନ୍ଦିର ପରିଚାଳନା

ବୌଦ୍ଧ : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ମନ୍ଦିରର ସ୍ଥିତlବସ୍ଥା ସମ୍ପର୍କରେ ମତାମତ ନେଇଥିଲେ l ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସମୀକ୍ଷା କରିବା ପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ l ସମସ୍ତ ମନ୍ଦିରର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଆସନ୍ତା 15 ଦିନ ଭିତରେ ନୂତନ ପରିଚାଳନା କମିଟି ଗଠନ କରିବା ସହିତ ପ୍ରତ୍ୟେକ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିକାଶ ପାଇଁ ମତାମତ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପ୍ରକାଶ କରିଥିଲେ ଲ ସମସ୍ତ ମନ୍ଦିରର ଭିତର ଓ ବାହାର ପରିବେଶକୁ ସ୍ୱଚ୍ଛ ରଖିବାକୁ ପ୍ରସ୍ତାବ ଦେଇଥିଲେ l ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ଓ ହନୁମାନ ମନ୍ଦିର ପରିସରକୁ ମଳମୁକ୍ତ ରଖିବାକୁ ଏବଂ ଏହାର ଅବମାନନା କଲେ ଫାଇନ ଆଦାୟ କରିବାକୁ ଏନ. ଏ. ସି. କୁ ଦାୟିତ୍ୱ ପ୍ରଦାନ କରାଯାଇଛି l

ବୌଦ୍ଧ ଜିଲ୍ଲାରେ ଶହ ଶହ ଐତିହାସିକ ପୁରାତନ ମନ୍ଦିର ରହିଅଛି l ସେଥି ମଧ୍ୟରୁ ରାଜ୍ୟ ସରକାରଙ୍କ ଦେବୋତ୍ତର ଅଧୀନରେ ମାତ୍ର ତେର ଗୋଟି ମନ୍ଦିର ରହିଥିବା ବେଳେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରାମେଶ୍ୱର ଓ ଚାରିଶମ୍ଭୁ ମନ୍ଦିର ରହିଛି l ଅନ୍ୟାନ୍ୟ ମନ୍ଦିର ଗୁଡିକ ପରିଚାଳନା କମିଟି ଓ ପୂଜକମାନଙ୍କ ଅଧୀନରେ ରହିଛି l ରକ୍ଷଣା ବେକ୍ଷଣ ଓ ମନ୍ଦିର ଗୁଡିକର ଦୈନନ୍ଦିନ ନୀତିକାନ୍ତି ଠିକ ଭାବେ ଚାଲୁ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ l ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ସମ୍ପାଦକ ଦେବାଶିଷ ପୁରୋହିତ ଜିଲ୍ଲାର ମନ୍ଦିର ଓ ମଠ ଗୁଡିକର ସାର୍ବଜନୀନ ନୀତିକାନ୍ତି ନିମନ୍ତେ ଏକ ଲିଖିତ ପ୍ରସ୍ତାବ ପ୍ରଦାନ କରାଯାଇଛି l ପ୍ରତ୍ୟେକ ମନ୍ଦିର ର ସଭ୍ୟ ତାଲିକା ପ୍ରସ୍ତୁତି ପାଇଁ ଗୁରୁତ୍ୱ ଦେବାକୁ କହିଥିଲେ l ବୌଦ୍ଧ ସହରର ସାତ ଗୋଟି ମନ୍ଦିର ଶ୍ରୀଜଗନ୍ନାଥ, ଶ୍ରୀରଘୁନାଥ, ଶ୍ରୀଚନ୍ଦ୍ରଚୂଡ଼ ମହାଦେବ , ଶ୍ରୀମାତଙ୍ଗେଶ୍ୱର, ଶ୍ରୀହନୁମାନଜୀଉ , ମାଭୈରବୀ ଠାକୁରାଣୀ , ଶ୍ରୀରାମେଶ୍ୱର ମହାଦେବ ସମେତ ପର୍ଗଳପୁର ଓ ଶ୍ୟାମସୁନ୍ଦରପୁର ର ବୁଦ୍ଧ କୀର୍ତ୍ତିରାଜୀ ପରିଚାଳନା କମିଟି ଉନ୍ନୟନ କମିଟି ର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ l

ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଦେବୋତ୍ତର ଅଧିକାରୀ ରବୀନ୍ଦ୍ର ନାଥ କହଁର, ଏନ. ଏ. ସି. ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ରାମଗଡ଼ ଓ ସlମ୍ପୋଚ ସରପଞ୍ଚ ଯୋଗଦାନ କରିଥିଲେ l ଶେଷରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ମିଳିଲେ ଆଧ୍ୟାତ୍ମିକ ପରିବେଶ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ l