ବଜେଟ୍‌ ୨୦୨୩: ନିଯୁକ୍ତିକୁ ଉପେକ୍ଷା, ତାଲିମକୁ ପ୍ରୋତ୍ସାହନ

ମାତ୍ର ୨୦୨୩ ବଜେଟରେ ବିଭିନ୍ନ ରାଜ୍ୟରେ ୩୦ଟି ଦକ୍ଷତା ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ….

୨୦୨୨ ବଜେଟ୍‌ରେ କିଛି ଯୁବକ ଯୁବତୀ ସରକାରୀ ସ୍ତରରେ ନିଯୁକ୍ତି ପାଇଥିଲା ବେଳେ ୨୦୨୩ ବଜେଟ୍‌ରେ ସେଭଳି ଫାଇଦା କାହାକୁ ଦିଆଯାଇନି । ମାତ୍ର କୌଶଳ ତାଲିମ କେନ୍ଦ୍ର ପ୍ରତିଷ୍ଠା ଆଳରେ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଲୁଟିବାର ସୁଚିନ୍ତିତ ବନ୍ଦୋବସ୍ତ କରିଛନ୍ତି ମୋଦୀ ସରକାର । ୨୦୨୨ ବଜେଟ୍‌ରେ ପିଏଲ୍‌ଆଇ ଯୋଜନା ଅନ୍ତର୍ଗତ ୬୦ ଲକ୍ଷ ନୂତନ ଚାକିରି ପ୍ରତିଶ୍ରୁତି ଦିଆଯାଇଥିଲା ଯାହା ୨୦୨୩ ବଜେଟରେ ଦେଖିବାକୁ ମିଳିନାହିଁ ।

କେବଳ କୁଶଳୀ ତାଲିମ ଦେବାର ପ୍ରତିଶ୍ରୁତି ରହିଛି । ୨୦୨୨ ବଜେଟରେ ବିଭିନ୍ନ ସରକାରୀ ବିଭାଗରେ ଖାଲି ରହିଥିବା ପଦବୀ ପୂରଣ କରିବାର ବନ୍ଦୋବସ୍ତ ଥିଲା ଯାହା ଚଳିତ ବଜେଟରେ ଉପେକ୍ଷିତ । ୨୦୨୩ ବଜେଟରେ ପ୍ରଧାନମନ୍ତ୍ରୀ କୌଶଳ ତାଲିମ ଯୋଜନାର ଚତୁର୍ଥ ପାଳି ପ୍ରତି ଗୁରୁତ୍ୱାରୋପ କରାଯାଇଛି । ୨୦୨୨ ବଜେଟରେ ଏମ୍‌ଏସ୍‌ଏମ୍‌ଇ ଜରିଆରେ ଯୁବକ ଯୁବତୀଙ୍କୁୂ ରୋଜଗାରକ୍ଷମ କରିବାର ବାଟ ଥିଲା । ମାତ୍ର ୨୦୨୩ ବଜେଟରେ ବିଭିନ୍ନ ରାଜ୍ୟରେ ୩୦ଟି ଦକ୍ଷତା ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ।