ରାଜ୍ୟ ପିସିସି ସଭାପତିଙ୍କ ଗାଡିକୁ ଆକ୍ରମଣ

କେନ୍ଦୁଝର (ଏସ୍ ନ୍ୟୁଜ): ରବିବାର ରାତିରେ କାଶୀପୁରଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଅଟକ ରଖିଛି । ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତିରେ କାଶୀପୁରଠାରେ କିଛି ଦୁର୍ବୃତ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ସହ ଡ୍ରାଇଭର ଓ ପିଏସଓଙ୍କୁ ଆକ୍ରମଣ କରିଥିଲେ । ଏକ ବୋଲେରୋରେ ଆସି ତାଙ୍କ ଗାଡିକୁ ଅଟକାଇ ତାଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ । ପିସିସି ସଭାପତି ଅଳ୍ପକେ ବର୍ତ୍ତିଯାଇଥିଲେ । ଘଟଣାସ୍ଥଳରୁ ପିସିସି ସଭାପତିଙ୍କୁ କଂଗ୍ରେସ କର୍ମୀମାନେ ଉଦ୍ଧାର କରିଥିଲେ । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ କଂଗ୍ରେସ ଭବନ ସମ୍ମୁଖ ରାସ୍ତାରେ ଟାୟାର ଜାଳି କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଥିଲେ ।