ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର: ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା । ଏନଏଚଆରସି ଗାଇଡ଼ ଲାଇନ ଅନୁସାରେ ବଦଳିଲେ ଏସଆଇ ଏସ. କେ. ବେହେରା । ଆଇଆଇସି ରାଙ୍କର ଜଣେ ଅଧିକାରୀ ଏହି ମାମଲାର ତଦନ୍ତ ଅଧିକାରୀ ହେବ । ପୋଷ୍ଟମଟର୍ମ  ରିପୋର୍ଟ ସହ କେଉଁ ପରିସ୍ଥିତିରେ ସେ ଆସିଲେ କେତେବେଳେ ଅସୁସ୍ଥ ଅନୁଭବ କଲେ  ଓ  କେତେବେଳେ ତାଙ୍କୁ ମେଡିକାଲ ନେଲେ ସେ ଦିଗରେ ହେବ ତଦନ୍ତ । ଏନଏଚଆରସି ଗାଇଡ଼ ଲାଇନ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଡିସିପି ଏହି ରିପୋର୍ଟ ଏନଏଚଆରସିକୁ ପଠାଇବେ ।