ସାଇବର ଅପରାଧ ରୋକିବ ସାଇବର ସୁରକ୍ଷା ରଥ

ବାଲେଶ୍ଵର: ଖଇରା ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଇରା କଲେଜ ଠାରୁ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଜନସାଧାରଣଙ୍କ ତରଫରୁ ସ୍ବାଗତ କରାଯାଇଥିଲା, ତା ପରେ ଖଇରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ସଭାସ୍ଥଳ କୁ ସାଇବର ସୁରକ୍ଷା ରଥ କୁ ପାଛୋଟି ନେଇଥିଲେ ।

ଅନୁଷ୍ଠିତ ସଭାରେ ଖଇରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁ ସଭାପତିତ୍ବ କରିଥିଵା ବେଳେ ବାଲେଶ୍ଵର ଜିଲ୍ଲା ର ଅତିରିକ୍ତଏସିପି ଶ୍ରୀ ନିବାସ ମହାନ୍ତି ଯୋଗ ଦେଇ ସାଇବର ଅପରାଧ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା ହେବା ପାଇଁ ସଚେତନତା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ଵର ଡିଏସପି ଆଲୋକ ରଞ୍ଜନ ରାଏ , ଖଇରା ତହସିଲଦାର ପ୍ରଶାନ୍ତ ମହାରଣା ଖଇରା ଅତିରିକ୍ତ ଶିକ୍ଷା ଅଧିକାରୀ ଓ ଖଇରା ଆଇଆଇସି ଗୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ସାଇବର ଅପରାଧ ବିଷୟରେ ଆଲୋଚନା କରିବା ସହିତ ସେଠାରୁ ଵର୍ତ୍ତିବା ପାଇଁ ସମସ୍ତେ ସଚେତନତା ହେବା ଆବଶ୍ୟକ ବୋଲି ଅତିଥି ମାନେ ମତ ରଖିଥିଲେ।