ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଙ୍କ ବିୟୋଗ

ସତ୍ୟଭୂଷଣ_ସାହୁ ଆଉ ନାହାନ୍ତି…

ବରଗଡ଼(ସାକ୍‌ସୀ ନ୍ୟୁଜ୍‌): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୩ ଥର ବିଧାନସଭାକୁ ଯାଇଥିଲେ । ୨୦୦୪ରୁ ୨୦୦୬ ଯାଏଁ ସେ ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ପଦ୍ମପୁର ଅଞ୍ଚଳର ରାଜନୈତିକ ଓ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି ।