ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଷ୍ଟେସନ ହେବ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ଏହି ଅବସରରେ ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ । ଏହି ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ । ବିମାନବନ୍ଦର ଭଳି ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ ସୁବିଧା ଏହି ଷ୍ଟେସନରେ ରହିବ । ଷ୍ଟେସନକୁ ଏକ ବ୍ୟବସାୟିକ ହବରେ ସୌନ୍ଦର୍ଯ୍ୟକରଣ କରାଯାଇ ସୁନ୍ଦର ଆଲୋକ ବ୍ୟବସ୍ଥା, ଉନ୍ନତ ଏବଂ ୱେଟିଂ ହଲ୍‌ ସହିତ ଯାତ୍ରୀଙ୍କ ସୁବିଧା ଗୁଡିକ ବିକଶିତ କରାଯିବ । ଭ୍ରମଣକାରୀ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନକୁ ମଧ୍ୟ ବିକଶିତ କରାଯିବ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ଡ୍ରୋନ ସିଷ୍ଟମକୁ ପୁଙ୍ଖାନୁପୁଙ୍ଖ ସମାଧାନ କରାଯିବା ସହ ପ୍ଲାଟଫର୍ମ-୬ ପାର୍ଶ୍ୱରେ ଅଧିକ ପାର୍କିଂ ସ୍ଥାନ ଯୋଗାଇ ଦିଆଯିବ ।