ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା ଙ୍କୁ ଉତ୍ତରପ୍ରଦେଶ ଅଯୋଧ୍ୟା ରେ ସମ୍ମାନିତ

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଂଚାୟତ ର ବଉଳନାଳି ଶାସନ ର ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା ଙ୍କୁ ଉତ୍ତରପ୍ରଦେଶ ଅଯୋଧ୍ୟା ରେ ସମ୍ମାନିତ କରାଯାଇଛି. ଅନ୍ତଃରାଷ୍ଟ୍ରୀୟ ରାମକଥା ସଂଗ୍ରହାଳୟ ଏବଂ ଆର୍ଟ ଗେଲେରୀ, ଅଯୋଧ୍ୟା ସଂସ୍କୃତି ବିଭାଗ ଉତ୍ତରପ୍ରଦେଶ, ସ୍ବଦେଶ ସଂସ୍ଥାନ ଭାରତ ସାଗର କଳା ଭବନ ଅଯୋଧ୍ୟା ର ସଂଯୁକ୍ତ ତତ୍ୱାବଧାନ ରେ ଭାରତ ରତ୍ନ ସର୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ର ପୂର୍ଵ ସନ୍ଧ୍ୟା ରେ ଆୟୋଜିତ ସପ୍ତମ  ସ୍ବଦେଶ ସମ୍ମାନ ସମାରୋହ 2022 ଅବସରରେ କଟସାହି ର ପ୍ରତିଭା ଚିତ୍ରଶିଳ୍ପୀ କ୍ରିତିକ୍ରୀଷ୍ଣା ପଣ୍ଡା ଙ୍କୁ ସମ୍ମାନିତ କରାଯାଇଛି.

ଏହି ସମାରୋହରେ ସ୍ବଦେଶ ସଂସ୍ଥାନ ଇଣ୍ଡିଆ ର ନିର୍ଦେଶକ ଏସ ବି ସାଗର ପ୍ରଜାପତି ଙ୍କ ସଭାପତିତ୍ୱ ରେ ଆୟୋଜିତ ସମାରୋହରେ ଅତିଥିଭାବେ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ରାଜ୍ୟ ଲଳିତ କଳା ଆକାଡେମୀ ର ଅଧ୍ୟକ୍ଷ ଉତ୍ତରପ୍ରଦେଶ ସରକାର ଙ୍କ ରାଜ୍ୟ ମନ୍ତ୍ରୀ ସୀତାରାମ କଶ୍ୟପ, ଉତ୍ତରପ୍ରଦେଶ ଆନ୍ତରରାଷ୍ଟ୍ରୀୟ ରାମକଥା ସଂଗ୍ରହାଳୟ ଅଯୋଧ୍ୟା ର ଉପ ନିର୍ଦେଶକ ଯୋଗେଶ କୁମାର, ଇଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ର ପୂର୍ଵ ଅଧକ୍ଷ ପ୍ରଫେସର ଡାକ୍ତର ଶ୍ୟାମବିହାରୀ ଅଗ୍ରୱାଲ,

ପ୍ରସିଦ୍ଧ କଳା ସମୀକ୍ଷକ ରାକେଶ ଗୋସ୍ବାମି ପ୍ରମୁଖ ଯୋଗଦେଇ କ୍ରିତିକ୍ରିଷ୍ଣା ଙ୍କୁ ସ୍ବଦେଶ ଭୁଷଣ ସମ୍ମାନ 2022, ଓ ଗ୍ରେଟ ଆର୍ଟିଷ୍ଟ ଆୱାର୍ଡ 2022 ରେ ଅନଲାଇନ ମାଧ୍ୟମରେ ସମ୍ମାନିତ କରିଥିଲେ, ଓ ପରେ ଡାକ ଯୋଗେ କ୍ରିତିକ୍ରୀଷ୍ଣା ଙ୍କୁ ଉତ୍ତରୀୟ, ଫଳକ, ଓ ସମ୍ମାନପତ୍ର ପ୍ରେରଣ କରିଥିଲେ. କ୍ରିତିକ୍ରୀଷ୍ଣା ଙ୍କ ଏହି ସଫଳତା ପାଇଁ ତାଙ୍କୁ, ଅନେକ ବିଶିଷ୍ଟ ଓ ଖ୍ୟାତନାମା  ଚିତ୍ରଶିଳ୍ପୀ ମାନେ ଶୁଭେଚ୍ଛା ଜଣାଇଅଛନ୍ତି.