କଣ୍ଟାମାଳ ମଲ୍ଲିକକୁଦ ଗାଁରେ ହାତୀ ଆତଙ୍କ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଂଜ ଅନ୍ତର୍ଗତ ମଲିକ କୁଦ ତେଲନଦୀ କୂଳରେ ଆଜି ସକାଳୁ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ତିନିଗୋଟି ଛୁଆ ହାତୀ ଥିବା ମଧ୍ୟ ଜଣାପଡିଛି ।

ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ଏହି ହାତୀ ପଲ ତେଲନଦୀ ପାର ହେବାକୁ ଚେଷ୍ଟା କରିଥିଲେ ହେଲେ ଲୋକଙ୍କ ଗହଳି ଯୋଗୁଁ ହାତୀ ପଲ କୂଳରେ ଛପି ରହିଛନ୍ତି । ଏବେ ସେଠାରେ ହାତୀ ପଲ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ସେପଟେ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଂଛି ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।