ଗୁଡି ସୂତା ଲାଗି କଟିଗଲା ବେକ, ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ

ଭଦ୍ରକ : ଘରୁ ବାଇକରେ ଆସିବା ବେଳେ ବେକରେ ଲାଗିଗଲା ଗୁଡି ସୂତା । ଗାଡି ସ୍ଲୋରେ ଥିବାରୁ ଅଧିକ କ୍ଷତି ହୋଇନଥିବା ବେଳେ ହାତରେ ମଧ୍ଯ କଟିଯାଇଛି । ଏମିତିରେ ମେଡିକାଲରେ ଚିକିତ୍ସା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଆହତ । ଭଦ୍ରକ ଜିଲ୍ଲାରେ ଏମିତି ଘଟଣା ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁଯାୟୀ, ଭଦ୍ରକ ସହରର ସନ୍ତିଆ ଅଞ୍ଚଳର ଦୟାନିଧୂ ପୃଷ୍ଟି ଘରୁ ବାଇକ ଯୋଗେ ବଜାର ଆସୁଥିବା ସମୟରେ ସନ୍ଥିଆ ପୋଲ ଉପରେ ହଠାତ ବେକରେ ଆଘାତ ଲାଗିଥିଲା । ଗାଡି ରଖୁ ବେକରେ ହାତ ଲଗାଇବାରୁ ହାତରେ ମଧ୍ୟ ଆଘାତ ଲାଗିଥିଲା ।

ପରେ ଜାଣିବା ପାଇଁ ପାଇଥିଲେ ଯେ ଗୁଡିର ସୂତା ବେକରେ ଲାଗିଛି । ତେବେ ଏହି ସୂତାରେ କାଚ ଗୁଣ୍ଡ ଲାଗିଥିଲା । ସେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ପୁରୁଣା ବଜାର ଥାନାର ଦ୍ବାରସୁ ହେବେ ବୋଲି କହିଛନ୍ତି । ତେବେ ପୋଲିସ ଏହି ବେଆଇନ ସୂତା ବ୍ୟବହାର କରି ଗୁଡି ଉଡାଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।