ଶରୀର ତତ୍ତ୍ୱ ବିଷୟରେ ଗରୁଡ଼ ଦେବ ନାରାୟଣ ଙ୍କ ଠାରୁ କେଉଁ କଥା ଶୁଣି ଥିଲେ?

ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି ହେ ଗରୁଡ଼ ! ପୃଥିବୀ ,ଜଳ,ଅଗ୍ନି ,ବାୟୁ ,ଆକାଶ ଏ ହେଉଛି ପଞ୍ଚ ମହାଭୂତ ,ଏହି ପଞ୍ଚ ମହାଭୂତ ରେ ଶରୀର ଗଠିତ । ଏହାକୁ ପଞ୍ଚ ଭୌତିକ ମଧ୍ୟ କୁହାଯାଏ । ଅସ୍ଥି ,ଚର୍ମ ,ଲୋମ ,ନାଡୀ ସହିତ ପବନ ମିଶିଲେ ଏ ଶରୀର କାର୍ଯ୍ୟ କରେ । ପୃଥୀ ଅଂଶ ରୁ ଏ ପାଞ୍ଚ ଜନ୍ମ ନିଅନ୍ତି । ମଳ, ମୂତ୍ର, ଶୁକ୍ର, ରକ୍ତ, ମଜ୍ଜା ଏ ପାଞ୍ଚ ମିଶି ଜୀବକୁ ଆଗେଇ ନିଅନ୍ତି । ଏସବୁ ଜଳର ଅଂଶ ରୁ ଜାତ ହୋଇଥାଏ । ତେଣୁ ଏ ସଂସାର ରେ କେହି କାହାର ନୁହନ୍ତି ଏକଥା ଜାଣିଥା ଗରୁଡ଼ ।

କ୍ଷୁଧା ,ତୃଷା ,ନିଦ୍ରା ,କାନ୍ତି ,ଆଳସ୍ୟ ଏ ପାଞ୍ଚ ଜନ୍ମ ନିଏ ତେଜ ଅଂଶରୁ । ଆକୁଞ୍ଚନ ,ପ୍ରସାରଣ ,ଧାବନା ,ଲିଙ୍ଗନ ,ବେଷ୍ଟନ୍ ଏ ପାଞ୍ଚ ପବନ ଅଂଶରୁ ଜାତ । ମନ ,ବୁଦ୍ଧି , ଅହଂକାର ,ଚିତ୍ତ ଏ ଚାରି ହୃଦୟ ମଧ୍ୟରେ ବାସ କରିଥାନ୍ତି । ଚର୍ମ ,କର୍ଣ୍ଣ ,ଚକ୍ଷୁ ଜିହ୍ଵା, ନାକ ଆକାଶ ଅଂଶ ରୁ ଜାତ । ପାଣି ,ପାଦ ,ଗୁହ୍ୟଲିଙ୍ଗ ବଚନ ଏହାକୁ କର୍ମଇନ୍ଦ୍ରିୟ କହନ୍ତି । ଚର୍ମ ,କର୍ଣ୍ଣ ,ଚକ୍ଷୁ ,ପ୍ରାଣ ଏହି ପାଞ୍ଚ କୁ ଜ୍ଞାନେନ୍ଦ୍ରିୟ କହନ୍ତି । ଏହି ଇନ୍ଦ୍ରିୟ ମାନଙ୍କର ଦେବତା ମଧ୍ୟ ଅଛନ୍ତି ।

ଅଗ୍ନି ,ସୂର୍ଯ୍ୟ ,ବରୁଣ ,ବାୟୁ ଇନ୍ଦ୍ର ଏମାନେ ଶରୀର ପାଇଁ ଇଡ଼ା ,ପିଙ୍ଗଳା ,ସୁସୁମନା ,ଅଳଂଭୂଷା ,କୁହୁ ,ଶଂଖୀନି ଏହି ନାଡୀ ମାନେ ଶରୀର ରେ କାର୍ଯ୍ୟ କରୁଛନ୍ତି । ପ୍ରାଣ ,ଅପାନ ,ସମାନ ,ବ୍ୟାଡ ,ଉଦାନ ଏହି ପାଞ୍ଚ ପବନ ଶରୀରର ପ୍ରାଣ ଅଟେ । ନାଗ ,କୁର୍ମ ,କୁଳିକାୟ , ବାୟୁ ,ଦେବଦତ୍ତ ,ଆୟୁ ରକ୍ଷକ ଏମାନେ ଦେହ ମଧ୍ୟରେ ସ୍ଥିର ହୋଇ ରହିଥାଆନ୍ତି । ହୃଦୟ ମଧ୍ୟରେ ପ୍ରାଣ ପବନ ବସେ । ଅପାନ ,ଗୁହ୍ୟ ଏମାନେ ନାଭି ମଣ୍ଡଳରେ ବସନ୍ତି । ଉଦାନ କଣ୍ଠ ରେ ବସେ ।

ହେ ଗରୁଡ଼ ! ଉଦଯୋଗ କର୍ମ ନାଗ ବାୟୁ ବଳରେ ହୁଏ । ଉନ୍ମାଳନ କର୍ମବାୟୁର କାର୍ଯ୍ୟ କରେ । ପ୍ରଭଞ୍ଜନ ବାୟୁ କ୍ଷୁଧାକୁ ଜନ୍ମଏ । ଚର୍ମ ପାଖରେ ଦେବଦତ୍ତ ନାମକ ପବନ ପ୍ରାଣ ସହିତ ମିଶିଗଲେ ଅନ୍ୟ ତିନି ବାୟୁ କ୍ଷୁଧା ,ତୃଷା ହେତୁ ମୃତ୍ୟୁ ଲଭେ ।

ଧନଞ୍ଜୟ ପବନ ଅନ୍ନ କୁ ଭକ୍ଷଣ କରେ । ବ୍ୟାନ ପବନ ଶରୀର ରେ ଘୁରି ବୁଲେ ଓ ଖାଦ୍ୟସାର ସବୁ ଅଙ୍ଗକୁ ପଠାଏ । ଖାଦ୍ୟ ଦ୍ରବ୍ୟ ଶରୀରରେ ଦୁଇ ଭାଗ ହୋଇଯାଏ । ଖାଦ୍ୟ ରସ ଗୋଟିଏ ଯାଗାରେ ଓ ଭିନ୍ନ ଅଂଶ ଆଉ ଗୋଟିଏ ଯାଗାରେ ରୁହେ । କିଛି କ୍ଷଣ ପରେ ମଳମୂତ୍ର ହୋଇ ଶରୀରର ଭିନ୍ନ ସ୍ଥାନରେ ଥାଏ । ତା ପାଖରେ ଅଗ୍ନି ଥାଇ ତାକୁ ପାକ କରେ । ତାପରେ ଜଳ ଓ ମଳ ଅଲଗା ଅଲଗା ହୋଇଯାଏ । ଜଳ ଉପରକୁ ରହେ ଓ ମଳ ତଳେ ରହେ । ଅଧାରେ ଅଗ୍ନି ରହି ପ୍ରବଳ ଭାବରେ ଜଳେ । ବ୍ୟାନ ବାୟୁ ରହି ଅଗ୍ନିକୁ ଜାଳିବାରେ ସାହାଯ୍ୟ କରେ। ପାଚନ ହୋଇଗଲା ପରେ ରସ ସବୁ ନାଡିକୁ ବାଣ୍ଟି ଦିଅନ୍ତି । ଏହି ରସ ସବୁ ବିଭିନ୍ନ ଅଙ୍ଗକୁ ଯାଏ । ଆଉ କିଛି ମଳ ଆକାରରେ ବାହାରି ଯାଏ ।

ଭଗବାନ ବିଷ୍ଣୁ ଗରୁଡ଼ କୁ କହୁଛନ୍ତି ହେ ଗରୁଡ଼ ! ସୂର୍ଯ୍ୟ ଉଦୟ ହେଲେ ପ୍ରାଣୀମାନେ ଯେପରି ନିଜ ନିଜ କାମକୁ ବାହାରି ଯାଆନ୍ତି ସେହିପରି ବାୟୁ ମାନେ ଶରୀରରେ ନିଜ ନିଜ କାର୍ଯ୍ୟ ରେ ସର୍ଵଦା ଲାଗିଥାନ୍ତି ।

‘ଶରୀର ଭେଦ ବିଚାର ଅଟଇ ଏମନ୍ତ। ବୁଝି ଶୁଝି ହୁଅ ନିଜେ କାର୍ଯ୍ୟ ରେ ଆସକ୍ତ ।।’

ଯେଉଁମାନେ ଚତୁର ପୁରୁଷ ସେମାନେ ଧର୍ମ ଅର୍ଥ କାମ ମୋକ୍ଷ ଏ ଚତୁର୍ବର୍ଗ ଫଳ ପାଇବା ପାଇଁ ଇଚ୍ଛା କରନ୍ତି । ହେ ଗରିଡ଼ ତୁମକୁ ଏହି ପୁରାଣ ଯେତେ କହିଲେ ବି ଏହାର ସାରାଂଶ ହେଉଛି ଯଜ୍ଞଦାନ ,ଧର୍ମକ୍ରିୟା ,ପିଣ୍ଡଦାନ ,ଏସବୁ ଜୀଵ ଉଦ୍ଧାର ପାଇଁ ସର୍ଵ ସିଦ୍ଧି ।

ଶରୀର ତତ୍ତ୍ୱ ବିଷୟରେ ଗରୁଡ଼ ଦେବ ନାରାୟଣ ଙ୍କ ଠାରୁ ଏକଥା ଶୁଣି କମଳା ରମଣ ଙ୍କୁ ସ୍ତୁତି କରିବା କୁ ଲାଗିଲା । ହେ ଦୟାମୟ ,ଅହଲ୍ୟା ତାରକ ,ମୃଗୁଣୀ ବିପଦହାରୀ ,ବ୍ୟାଧ ବିନାଶକ ,କରୁଣା ସାଗର ,ଗଜ ଆର୍ତ୍ତ ନାଶକ ,ଦ୍ରୌପଦୀ ରକ୍ଷା କାରୀ ,ପର୍ଶୁରାମ ଗର୍ବ ଗଞ୍ଜନ ,ରାବଣ ନିଧନ ,ଅଜାମ୍ବିଳ ରକ୍ଷକ ,ବିଲ୍ଵମଙ୍ଗଳ ତାରକ ,ସୁଦାମା ତାରକ ,ଆଘା ବକା ,କଂସ ବଧକାରୀ ମୋତେ ଆପଣ ତ୍ରାହି କରନ୍ତୁ ?ତ୍ରାହି କରନ୍ତୁ !।ଗରୁଡ଼ ଏହାକହି ନାରାୟଣ ଙ୍କ ପାଦତଳେ ପଡି ନମସ୍କାର କଲା । କମଳା ରମଣ ମୃଦୁ ହସି ଗରୁଡ଼କୁ ଆଶିଷ ଦେଇ ସେହିଠାରେ ମୌନ ହୋଇଗଲେ । ଗରୁଡ଼ ଆକାଶ ମାର୍ଗରେ ନିଜ ପୁରକୁ ଉଡ଼ିଗଲା ।