ୟୁନିଅନ ବ୍ୟାଙ୍କରୁ ଲୁଟିନେଲେ ୩୦ରୁ୪୦ ଲକ୍ଷ ଟଙ୍କା ଟଙ୍କା

ଜଳେଶ୍ୱର: ଦିନ ଦି ପହରେ ବାଲେଶ୍ୱର ଜିଲ୍ଲାରେ ଏକ ବିରାଟ ବଡ ଲୁଟ ହୋଇଛି । ଚନ୍ଦନେଶ୍ୱର ନିକଟସ୍ଥ ୟୁନିଅନ ବ୍ୟାଙ୍କରୁ ଲୁଟେରା ବଡ ଧରଣର ଲୁଟ କରି କସି ପଳାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କରୁ ୩୦-୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ସବୁତକ ସୁନା ନେଇଯାଇଥିବା ଅଭିଯୋଗ ହୋଇଛି ।