ଏସ୍‌ସିବିରେ ବଡ ଦୁର୍ଘଟଣା ! ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍

କଟକ(ଏସ୍ ନ୍ୟୁଜ): କଟକ ଏସ୍‌ସିବି ବଡ ମେଡିକାଲରେ ଘଟିଛି ଏକ ବଡ ଦୁର୍ଘଟଣା। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନଟି ଖସିପଡିଲା। ଫଳରେ ଜଣେ ମହିଳା ରୋଗୀ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଗୁରୁତର ମହିଳା ଜଣକ ଯାଜପୁର ଜିଲ୍ଲାର । ସେ ୪ ଦିନ ତଳେ ନିଆଁରେ ପୋଡି ଯାଉଥିବାରୁ ଚିକିତ୍ସା ପାଇଁ ତାଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା।