ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ମହାବିଜୟ; ୪୮,୬୧୯ ଭୋଟରେ ଜିତିଲେ ଦିପାଳୀ

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ଦମଦାର୍‌‌ ବିଜୟ। ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ମହାବିଜୟ। ୪୮,୬୧୯ ଭୋଟରେ ଜିତିଲେ ଦିପାଳୀ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ହରାଇଲେ। ସମସ୍ତ ରାଉଣ୍ଡ ଗଣତି ଶେଷ ହୋଇଛି। କେବଳ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଦିପାଳୀ ଦାସ ମୋଟ ୧ ଲକ୍ଷ ୭ ହଜାର ୩ ଭୋଟ୍‌‌ ପାଇଛନ୍ତି। ଟଙ୍କଧର ତ୍ରିପାଠୀ ମୋଟ ୫୮ ହଜାର ୩୮୪ ଭୋଟ୍‌‌ ପାଇଛନ୍ତି। କଂଗ୍ରେସର ତରୁଣ ପାଣ୍ଡେଙ୍କୁ ୪୪୭୩ ଖଣ୍ଡ ପାଇଛନ୍ତି।