ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ : ୮ ଆହତ, ୪ ଗୁରୁତର

ଜଗତସିଂହପୁର: ସାରଳା ମନ୍ଦିରରେ ଗତକାଲି ରାତିରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବାଣ ବିସ୍ଫୋରଣ । ଏହି ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଥିଲେ । ମା’ଙ୍କ ଚାପ ଖେଳ ଚାଲିଥିବା ବେଳେ ବାଣ ଫୁଟା ଯାଉଥିଲା। ତେବେ କିଛି ନିଆଁ ଗଚ୍ଛିତ ଥିବା ଅଫୁଟା ବାଣ ଉପରେ ପଡିବାରୁ ବିସ୍ଫୋରଣ ଘଟିଥିଲା ।