ସ୍ଲଟ ବୁକିଂ ପରେ ବି ଡୋଜ ଦିଆଯାଉନି

ବାଲେଶ୍ୱର : ରେମୁଣା ବ୍ଲକ ଶ୍ରୀଜଙ୍ଗ ଟିକାକରଣ କେନ୍ଦ୍ରରେ ତୀବ୍ର ଅସନ୍ତୋଷ । ଦ୍ୱିତୀୟ ଡୋଜ ଟିକା ପାଇଁ ଅନଲାଇନରେ ସ୍ଲଟ ବୁକ କରିଥିବା ଲୋକଙ୍କୁ ଟିକା ଦିଆଯାଉଥିବା ଅଭିଯୋଗ ହୋଇଛି । ଭୋରୁ ସେମାନେ ଲାଇନରେ ଛିଡା ହୋଇଥିଲେ ସୁଦ୍ଧା ମିଳୁନାହିଁ । ଅନଲାଇନରେ ଆସିଥିବା ଲୋକ କେମିତି ଟିକା ନେବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ସ୍ଲଟ ବୁକିଂ ବିଷୟରେ ଜାଣି ନଥିବାରୁ ଓ ଅନଲାଇନରେ ବୁକିଂ କେମିତି ହୁଏ ଜାଣି ନଥିବା କହି ସକାଳ ସାଢେ ୬ରୁ ଟୀକାକରଣ କେନ୍ଦ୍ରରେ ତାଲା ପକାଇଛନ୍ତି କିଛି ଗ୍ରାମବାସୀ । ସେଥିପାଇଁ ଟିକା ଦେବା ପାଇଁ ଆସିଥିବା କର୍ମଚାରୀ ମଧ୍ୟ ବାହାରେ ଅପେକ୍ଷା କରିଛନ୍ତି ।