ବୀରନରସିହପୁର ଦୁମୁରିମୁଣ୍ଡା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ଏହି ଅବସରରେ ସାମାଜିକ ସଂଗଠକ ଗର୍ଜନ ସେନା ର ମୁଖ୍ୟ ବାଲ୍ମୀକି ମହାକୁଡ ଓ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା….

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଦୂମୁରିମୁଣ୍ଡା ଠାରେ ନବ ନିର୍ମିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ସିନେମାର ନିର୍ଦ୍ଦେଶକ ବନମାଳୀ ରଣା, ମୁଖ୍ୟ ବକ୍ତା ଭାବେ ସାହିତିକ ରମେଶ ପ୍ରସାଦ ମେହେର ଯୋଗଦେଇ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରି କଳାକାର ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଉଥିବା ହେତୁ ପ୍ରତିଷ୍ଠାତା ଧରଣୀଧର ମେଣ୍ଡୁଲି ଙ୍କୁ ପ୍ରସଂଶା କରିଥିଲେ l

ଏହି ଅବସରରେ ରଂଜନ କୁମାର ସାହୁ ଙ୍କ ସଂକୀର୍ତ୍ତନ ଦଳ ଓ ବାଞ୍ଛାନିଧି ପ୍ରଧାନ ଓ ସାଥିଙ୍କ ଦ୍ୱାରା ପାଳା ପରିବେଷଣ କରିଥିଲେ l ଏହି ଅବସରରେ ସାମାଜିକ ସଂଗଠକ ଗର୍ଜନ ସେନା ର ମୁଖ୍ୟ ବାଲ୍ମୀକି ମହାକୁଡ ଓ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅରୁଣ କୁମାର ମେଣ୍ଡିଲି ଓ ସଂଯୋଜନା କରିଥିଲେ ନାଟ୍ୟ ନିର୍ଦ୍ଧେଶକ ସୁରେନ୍ଦ୍ର କର୍ଣ୍ଣ l

କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ ଯୁବସମାଜସେବୀ ଇ. ବିକାଶ ଚନ୍ଦ୍ର ମହାକୁଲ , ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ସଭାପତି ସମ୍ବିତ ପଟ୍ଟନାୟକ, ସଦସ୍ୟ ମାନ ଭଞ୍ଜନ ମାହାଣା, ହରଭଙ୍ଗା ବ୍ଲକ ପେନସନ ଧାରୀ କଳାକାର ସଂଘ ସଭାପତି ବୈଷ୍ଣବ ମହାକୁଡ, କୃତ୍ତିବାସ ପଲିଆ ଓ ନିର୍ଗୁଣ ମହାକୁଡ l ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖ ରେ କଳସ ଯାତ୍ରା,୨୫ ତାରିଖରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ବ୍ରହ୍ମ ଯଜ୍ଞ, ଓ ୨୬ ତାରିଖରେ ବିଗ୍ରହ ସ୍ଥାପନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟୋଜକ ମାନଙ୍କ ସୂତ୍ରରୁ ପ୍ରକାଶ l