ଶୋଇଥିବା ବେଳେ ଘରେ ପଶିଗଲା କାର୍ : ଜଣେ ମହିଳାଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦେଇ ଅତିକ୍ରମ କରିଥିବା ୫୭ ନଂ ଜାତୀୟ ରାଜପଥର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକ ନିକଟରେ ଏକ ଘର ଭିତରକୁ କାର ପଶି ଓଲଟି ଯାଇଛି। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମର ପାନେଶ୍ଵରୀ ଧଳ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି।