ସନ୍‌ରାଇଜର୍ସକୁ ହରାଇଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ

ହାଇଦରାବାଦ : ଚଳିତ ଆଇପିଏଲ୍‌​ରେ‌ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପୁନର୍ଜୀବନ ପାଇଛି । ଗତ ୪ଟି ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲକରି ପ୍ଲେଅଫ୍‌ ଦୌଡ଼ରେ ଲକ୍ଷ୍ନୌ ସାମିଲ ହୋଇଛି । ଶନିବାର ପ୍ରେରକ ମଙ୍କଡ଼, ମାର୍କସ ଷ୍ଟଇନିସ୍‌ ଓ ନିକୋଲାସ୍‌ ପୁରନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସନ୍‌ରାଇଜର୍ସ ହାଇଦରାବାଦକୁ ୭ ୱିକେଟରେ ଲକ୍ଷ୍ନୌ ପରାସ୍ତ କରିଛି ।

୫ ଓଭରରୁ ଲକ୍ଷ୍ନୌ ୬୯ ରନ୍‌ ଆବଶ୍ୟକ କରୁଥିବା ବେଳେ ୧୬ଶ ଓଭର ବୋଲିଂ କରିଥିବା ସ୍ପିନର ଅଭିଷେକ ଶର୍ମାଙ୍କୁ ଷ୍ଟଇନିସ୍‌ ଓ ପୁରନ୍‌ ୫ଟି ଛକାମାରି ୩୧ ରନ୍‌ନେଇ ଲକ୍ଷ୍ନୌକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ।

ହେନ୍‌ରିକ୍ କ୍ଲାସେନ୍ ଓ ଅବ୍‌ଦୁଲ ସମାଦ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୬ ୱିକେଟରେ ୧୮୨ ରନ୍‌ କରିଥିଲା। ପରେ ଦୟନୀୟ ସ୍ଥିତିରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଶେଷ ୫ ଓଭରରେ ଛକା ବର୍ଷାକରି ୪ଟି ବଲ୍‌ ବାକିଥାଇ ୩ ୱିକେଟ ହରାଇ ଜିତିଥିଲା। ୧୨ଶ ମ୍ୟାଚ୍‌ରୁ ୬ଷ୍ଠ ବିଜୟ ପରେ ଲକ୍ଷ୍ନୌ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।