ଖରାଦିନେ ଘରୋଇ ଫେସ୍‌ ପ୍ୟାକ୍‌ ଜାଣନ୍ତୁ….

ଖାସ କରି ଖରା ଦିନେ ମୁହଁ ଡ଼୍ରାଏ ହେବା, ମୁହଁରେ ଦାଗ ଆସିବା ଓ ସୂର୍ଯ୍ୟ କିରଣ ଯୋଗୁଁ ମୁହଁ ସିଝିଜିବା ଭଳି ସମସ୍ୟା ଦେଇ ସ‌ମସ୍ତେ ଗତି କରିଥାନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଣାଳୀ ଆପଣାଇଥାନ୍ତି ସ‌ମସ୍ତେ। ହେଲେ ଘରେ ରହି ଘରୋଇ ସାମଗ୍ରୀ ବ୍ୟବହାର କରି ଏହି ସମସ୍ୟାରୁ ଦୂରେଇ ରହି ପାରିବା। ଗୋଟେ ଚାମଚ କଞ୍ଚା କ୍ଷୀରରେ ଅଧ ଚାମଚରୁ କମ ଖାଇବା ଲୁଣ ମିଶାଇ ମୁହଁରେ ଲଗାଇବେ।

ଖରାଦିନେ ପ୍ରତିଦିନ ଖରାରୁ ଘରକୁ ଫେରିବା ମାତ୍ରେ ଏହାକୁ ମୁହଁରେ ଲଗାଇବେ। ଫଳରେ ଏହା ଦ୍ବାରା ମୁହଁରେ ଟ୍ୟାନ ସମସ୍ୟା ଦେଖାଦେବ ନାହିଁ। ସେହିଭଳି ଖରାରୁ ଆସିଲେ ଦୁଇ ଚାମଚ ଦହିରେ ୧୦ ବୁନ୍ଦା ଲେମ୍ବୁ ରସ ପକାଇ ମୁହଁକୁ ପ୍ରତିଦିନ ‌ଭଲ ଭାବେ ପୋଛିବେ।

ସେହିପରି ଗୋଟିଏ ଘିକୂଆଁରି ପତ୍ରର ରସକୁ ବାହାର କରି ସେଥିରେ ଗୋଟିଏ ଚାମଚ ମହୁ ଓ ୩ ରୁ ୪ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ଏହାକୁ ସନ୍ଧ୍ୟାବେଳେ ମୁହଁରେ ଲଗାଇବେ ଏବଂ ସପ୍ତାହକୁ ତିନି ଥର କରିବେ।