ବୌଦ୍ଧ ଜିଲ୍ଲାରେ ହରଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ 

୨୫ ମିନିଟ ର ଧ୍ୟାନ କଲାପରେ ସମସ୍ତେ ଆନନ୍ଦ ଉପଲବ୍ଧି କରିଥିବା ପ୍ରକାଶ କରିଥିଲେ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଏସ୍ ବି ଆଇ ଆର ସେ ଟି ଠାରେ ହର ଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ୩୫ ଜଣ ତାଲିମ ନେଉଥିବା ମିଶନ ଶକ୍ତି ର ଏମ ମ୍ୱି କେ ଓ ସି ଆର ପି ମାନଂକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଏହା ଭାରତ ସରକାରଙ୍କ ସହିତ ଅନୁବନ୍ଧିତ ବିଶ୍ଵ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ମାଧ୍ୟମରେ ହର ଘର ଧ୍ୟାନ କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁରହିଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଟ ଅଫ ଲିଭିଙ୍ଗ୍ ର ଟିଚର ଡ଼. ମମତା ମିଶ୍ର ଯୋଗଦେଇ ଶୁଭାରମ୍ଭ କରି ଉପସ୍ଥିତ ସମସ୍ତଙ୍କୁ ଯୋଗ, ଧ୍ୟାନ, ପ୍ରାଣାୟମ କରିବା ଦ୍ୱାରା କଣ ସବୁ ଲାଭ ହେଉଛି ବୁଝାଇଥିଲେ ।

ଧ୍ୟାନ କରିବା ଦ୍ଵାରା ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମ ବିଶ୍ବାସ, ଚିନ୍ତା ମୁକ୍ତ ଏବଂ ଆନନ୍ଦମୟ ଜୀବନ ଓ ସାଧାରଣ ମଣିଷ ଚାହୁଁ ଥିବା ଏକ ରୋଗ ମୁକ୍ତ ଶରୀର, ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ଅବସାଦ ରୁ ମୁକ୍ତି ମିଳିବ ବୋଲି କହିଥିଲେ । ୨୫ ମିନିଟ ର ଧ୍ୟାନ କଲାପରେ ସମସ୍ତେ ଆନନ୍ଦ ଉପଲବ୍ଧି କରିଥିବା ପ୍ରକାଶ କରିଥିଲେ ।

ଜୀବନରେ ପ୍ରତ୍ୱେକ୍ ଦିନ ଅଭ୍ୟାସ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ଆସନ୍ତା ଦିନରେ ଜିଲ୍ଳାର ବିଭିନ୍ନ ଗ୍ରାମ, ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡ଼. ମିଶ୍ର ସୂଚନା ପ୍ରଦାନ କରିଥିଲେ । କମ୍ ଦିନ ମଧ୍ୟରେ ଏକ ଆନନ୍ଦ ଅନୁଭୂତି ଶିବିର ଆୟୋଜନ କରିବାକୁ ସଂସ୍ଥା ତରଫରୁ ଅନୁରୋଧ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ସାମାଜିକ କର୍ମୀ କୃତିବାସ ପଲିଆ, ବିଜୟ କୁମାର ପ୍ରଧାନ ଓ ଅମର ପ୍ରସାଦ ମହାପାତ୍ର ସହଯୋଗ କରିଥିଲେ।