କଟକ : ମହିଳାଙ୍କ ବେକ କାଟି ନିର୍ମମ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଟାଙ୍ଗୀ ଥାନା ଗରୁଡଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଥିବା ନେଇ ଗୁରୁବାର ଜଣାପଡିଛି। ଉକ୍ତ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମହିଳାଙ୍କୁ ଜଣେ ଯୁବକ ହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।