ଭିଜିଲାନ୍ସ ଜାଲରେ ତହସିଲଦାର

ଖୋର୍ଦ୍ଧା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ଉପନିବନ୍ଧକ । ଜମିର କିସମ ପରିବର୍ତନ କରିବା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ତହସିଲଦାର ପୃଥିବୀରାଜ ମଣ୍ଡଳଙ୍କୁ ମାଡି ବସିଲେ ଭିଜିଲାନ୍ସ ଅଧିକାରୀ । ବେଗୁନିଆ ଅଞ୍ଚଳର ଜଣେ ବ୍ୟକ୍ତି ଏକ ଚାଷ ଜମିକୁ ଘରବାଡିରେ କିସମ ପରିବର୍ତନ ପାଇଁ ଆବେଦନ କରିଥିଲେ ।

ହେଲେ ଜମିର କିସମ ପରିବର୍ତନ କରି ପଟ୍ଟା ଦେବାକୁ ତହସିଲଦାର ୪୫ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ତାଙ୍କୁ ଧରିବାକୁ ଯୋଜନା ହୋଇଥିଲା । ବୁଧବାର ଭୁବନେଶ୍ୱର କଳିଙ୍ଗବିହାର ସ୍ଥିତ ପୃଥିବୀରାଜଙ୍କ ବାସଭବନ ଆଗରେ ସଂପୃକ୍ତ ବ୍ୟକ୍ତି ଟଙ୍କା ଦେବା ପରେ ମାଡିବସିଥିଲେ ଭିଜିଲାନ୍ସ ଟିମ୍ । ରଙ୍ଗବୋଳା ନୋଟ ଓ ତହସିଲଦାରଙ୍କ ହାତର ରାସାୟନିକ ପରୀକ୍ଷା କରାଯାଇ ୪୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି ।