ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ସ୍କୁଲରେ ବାଣିଜ୍ୟ ଷ୍ଟ୍ରିମ୍-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ୍ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଆର୍ଥିକ ଅନଗ୍ରସ ଛାତ୍ରଛାତ୍ରୀଙ୍କ ଲାଗି ଇଏସଡବ୍ଲୁ କୋଟାରେ ଆଡମିଶନ ମିଳିବ ଏବଂ ଅନଲାଇନରେ ଆଡିମଶନ ହେବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକର୍ପିତ କରିବେ।