ଉପନିର୍ବାଚନ ଲାଗି ୨୩ରୁ ଧର୍ମେନ୍ଦ୍ରଙ୍କ ପ୍ରଚାର

ଭୁବନେଶ୍ୱର (ଏସ ନ୍ୟୁଜ ): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଦାହରିଥିବା ବେଳେ ଆସନ୍ତା ‘୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉପନିର୍ବାଚନ ପ୍ରସ୍ତୁତିକୁ ଆଉ ଟିକେ ଜୋରଦାର କରିବ ପାଇଁ ୨୨ ତାରିଖରୁ ମଇଦାନକୁ ଓହ୍ଲାଇବେ ହେଭିୱେଟ ନେତା । ଉପନିର୍ବାଚନ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।

ତେବେ ସାଧାରଣ ସଭା ଓ ରୋଡ୍ ସୋ କରିବେ ଧର୍ମେନ୍ଦ୍ର ପ୍ରଧାନ । ପରେ ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ । ଧର୍ମେନ୍ଦ୍ରଙ୍କ ସହ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଢଙ୍ଗୀ ମଧ୍ୟ ପ୍ରଚାର କରିବେ ।

ତେବେ ରାଜ୍ୟ ବିକାଶ ପ୍ରସଙ୍ଗକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି ଧର୍ମେନ୍ଦ୍ର। ତେଣୁ ପ୍ରଚାରରେ ରାଜ୍ୟ ବିକାଶ ପ୍ରସଙ୍ଗ ମୁଖ୍ୟ ଆଭିମୁଖ୍ୟ ରହିବ । ୨ଟି ନିର୍ବାଚନ ମଣ୍ଡଳୀ ବିକାଶଠୁ ବହୁ ଦୂରରେ ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି ।