କଟକ ଦୁର୍ଗାପୂଜା: ମୁତୟନ ହେବେ ୩୦ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର

କଟକ (ଏସ ନ୍ୟୁଜ ): କରୋନା ପାଇଁ ଚଳିତ ବର୍ଷ କଟକ ସହରରେ ଫିକା ପଡିଛି ଦୁର୍ଗାପୂଜା । କୋଭିଡ୍ କଟକଣା ମଧ୍ୟରେ ଏଥର ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ।ଏନେଇ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚାଲିଥିବା ବେଳେ ମାତ୍ର ୯ଟି ପୂଜା ମଣ୍ଡପକୁ ଛାଡିଦେଲେ ଅନ୍ୟ ମଣ୍ଡପଗୁଡିକରେ ମା’ଙ୍କର ୪ ଫୁଟରୁ ଉଚ୍ଚ ମୂର୍ତ୍ତିକୁ ପୂଜା ଅନୁମତି ନାହିଁ । ତେଣୁ ସୁରକ୍ଷିତ ପୂଜା ପାଇଁ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି ।

ଏହାସହ ୧୦୦ ଅଫିସରଙ୍କୁ ମୁତୟନ କରାଯିବ । ଭସାଣୀ ଉପରେ କଡା ନଜର ରହିବ ବୋଲି ଡିସିପି କହିଛନ୍ତି । ଚଳିତ ବର୍ଷ ୧୪ଟି ସ୍ଥାନରେ ଭସାଣୀ ଉତ୍ସବ ହେବ ବୋଲି ଯୋଜନା ରହିଛି । ସହରରେ ଚାନ୍ଦା ଆଦାୟକାରୀଙ୍କ ଉପରେ କଡା ନଜର ରଖାଯିବ । କୋଭିଡ କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।