ବଦଳିବ +୨ ପରୀକ୍ଷା ଢାଞ୍ଚା:୫୦% ମଲ୍ଟିପୁଲ୍ ଚଏସ୍

ଭୁବନେଶ୍ୱର(ଏସ୍ ନ୍ୟୁଜ) ଚଳିତବର୍ଷ ବଦଳିଯିବ +୨ ପରୀକ୍ଷାର ଢ଼ାଞ୍ଚା। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ପରିବର୍ତ୍ତନ କରବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ ପଡିବ।

ଏଥର +୨ ପରୀକ୍ଷାରେ ୫୦ ପ୍ରତିଶତ ମଲଟିପୁଲ ଚଏସ୍ ପ୍ରଶ୍ନ ରହିବ। ମଲ୍ଟିପୁଲ୍ ଚଏସରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ।
ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପସନ୍ ରହିବ । ପ୍ରତି ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ନମ୍ବର ରହିବ । ୨୦ ପ୍ରତିଶତ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ରହିବ, ଯାହାର ମୂଲ୍ୟ ୫ ମାର୍କ ବିଶିଷ୍ଟ ରହିବ । ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।