ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ

ଗତ ଦୁଇଦିନ ହେବ ସର୍ବାଧିକ ତାପମାତ୍ରା ସାମାନ୍ୟ …

ଭୁବେନେଶ୍ଵର: ଗତ ଦୁଇଦିନ ହେବ ସର୍ବାଧିକ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ। ଦୁଇଦିନ ହେଲା ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ସମତଳ ଏବଂ ପାହାଡିଆ ଅଞ୍ଚଳରେ ପାରଦ କମୁଥିଲା। ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ଥିବାରୁ ଶୀତ ପ୍ରକୋପ କମ୍‌ ରହୁଥିଲା; କିନ୍ତୁ ବିଳମ୍ବିତ ରାତିରେ ଶୀତ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରିବର୍ତ୍ତୀ ସମୟରେ ଦିନ ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି ।  .

ଫେବୃଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଥିଲା। ଦ୍ବିତୀୟ ସପ୍ତାହରେ ଭୁବନେଶ୍ବର ଦିନ ତାପମାତ୍ରା ୩୭.୪ଡିଗ୍ରୀ ଅତିକ୍ରମ କରିଥିବା ମାଲକାନଗିରିରେ ୩୭ଡିଗ୍ରୀ ରେକର୍ଡ ହୋଇଥିଲା। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଫେବୃଆରୀ ୧୮ରୁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇ ମାସର ଶେଷ ସପ୍ତାହ ବେଳକୁ ତାତି ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।