କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

latest breaking news Chief Minister Naveen Patnaik will inaugurate 73 transformed smart schools in Kandhamal district

କନ୍ଧମାଳ,(ସାକ୍‌ସୀ ନ୍ୟୁଜ୍‌): କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓଏଭି ଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲ ଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ ସ୍କାର୍ଟକ୍ଲାସ ରୁମ, ଇ-ଲାଇବ୍ରେରୀ, ବାଥରୁମ, ଗେଟ୍‌, ରଙ୍ଗ ମରା କାମ ସବୁ ସରିଯାଇଛି ବୋଲି ଚକାପାଦ ବିଡିଓ ଅନୀଲ ପଟ୍ଟନାୟକ କହିଛନ୍ତି।

ତେବେ ଶଙ୍କରାଖୋଲ ହାଇସ୍କୁଲରେ ଆସନ୍ତ। ୩ ତାରିଖ ଦିନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଅନୀଲ ପଟ୍ଟନ।ୟକ କହିଛନ୍ତି। ଜୁନ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ଚକାପାଦ ସହିତ ଜିଲ୍ଲାର ସମସ୍ତ ୭୩ଟି ହାଇସ୍କୁଲ ଉଦଘାଟନ କରିବେ ।ଶଙ୍କରା ଖୋଲଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସହିତ ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେବେ।

ଏହା ପୂର୍ବରୁ ପ୍ରଥମ ପ୍ରର୍ଯ୍ୟାୟରେ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା। ଏହା ଦ୍ଵାରା ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇବେ । ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ କନ୍ଧମାଳ,ଓଡିଶା।