ମୁମ୍ବାଇରୁ ବିଦା ହେବେ ପୋଲାର୍ଡ

latest sports news Pollard will leave Mumbai

ମୁମ୍ବାଇ: ଚଳିତ ଆଇପିଏଲ-୨୦୨୨ରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ସବୁ ବର୍ଷ ପ୍ରଥମରେ ରହିଆସୁଥିବା ମୁମ୍ବାଇ ଏଥର କିନ୍ତୁ ଦଳ ଦଶମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି । ଏହାପରେ ଦଳ ପକ୍ଷରୁ ମନ୍ଥନ ଆରମ୍ଭ ହୋଇଯାଇଛି । ଅନେକ ଷ୍ଟାର ଖେଳାଳିଙ୍କୁ ରିଲିଜ କରିବାକୁ ଟିମ ଯୋଜନା କରୁଛି ।

ଏକ ରିପୋର୍ଟ ଅନୁସାରେ ମୁମ୍ବାଇର ଷ୍ଟାର ଅଲରାଉଣ୍ଡର କାଇରନ ପୋଲାର୍ଡଙ୍କୁ ରିଲିଜ କରିପାରେ ବୋଲି ଅନୁମାନ କରିଛନ୍ତି ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା ।

ପୋଲାର୍ଡ ଚଳିତ ସିଜିନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୧୪୪ ରନ କରିଥିଲେ । ତେବେ ଆକାଶ ଚୋପ୍ରାଙ୍କ କହିବାନୁସାରେ, କିରନ ପୋଲାର୍ଡଙ୍କ ଏହା ମୁମ୍ବାଇରେ ଶେଷ ସିଜିନ ଥିଲା ବୋଲି କୁହାଯାଇପାରେ । ଯଦି ତାଙ୍କୁ ମୁମ୍ବାଇ ରିଲିଜ କରେ ତେବେ ୬ କୋଟି ଟଙ୍କା ବଳିବ । ଏହାସହ ମୁମ୍ବାଇ ମୁରୁଗାନ ଅଶ୍ୱୀନ, ଟାୟମଲ ମିଲ୍ସ ଓ ଜୟଦେବ ଉନାଦକଟଙ୍କୁ ମଧ୍ୟ ରିଲିଜ କରିପାରେ ।