କୁକୁର ପାଇଁ ସ୍ୱାମୀ ଲଦାଖ ଓ ସ୍ତ୍ରୀ ଅରୁଣାଚଳ ପ୍ରଦେଶ ବଦଳି

Top news Husband Ladakh and wife Arunachal Pradesh have been transferred for the dog

ନୂଆଦିଲ୍ଲୀ : ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ଅଧିକାରୀ ଦମ୍ପତିଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ଅଧିକାରୀଙ୍କ କୁକୁର ପାଇଁ ଆଥେଲେଟଙ୍କୁ ଷ୍ଟାଡିୟମ ବନ୍ଦ ହେବା ସମୟ ପୂର୍ବରୁ ବାହାରିବାକୁ କୁହାଯାଉଥିଲା । ଏହାକୁ ନେଇ ଖବର ଭାଇରାଲ ହେବାପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଇଏଏସ ଅଧିକାରୀ ସଞ୍ଜୟ ଖିରୱାରଙ୍କୁ ଲଦାଖ ବଦଳି କରାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅରୁଣାଞ୍ଚଳ ପ୍ରଦେଶ ବଦଳି କରାଯାଇଛ । ବର୍ତ୍ତମାନ ଦିଲ୍ଲୀର ରାଜ୍ୱସ୍ୱ ବିଭାଗରେ ମୁଖ୍ୟ ସଚିବ ଦାୟିତ୍ୱରେ ରହିଥିଲେ ଆଇଏସଏ ଅଧିକାରୀ ସଞ୍ଜୟ ଖିରୱାର ।

ଏହି ଆଇଏଏସ ଅଧିକାରୀ ଦମ୍ପତ୍ତିଙ୍କ ଯୋଗୁଁ ତ୍ୟାଗରାଜ ଷ୍ଟାଡିୟମରୁ ଆଥଲେଟଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବାହାରି ଯିବାକୁ କୁହାଯାଉଥିଲେ । ଆଥଲେଟ ବାହାରିବା ପରେ ଏହି ଦମ୍ପତି ଷ୍ଟାଡିୟମ ଭିତରେ କୁକୁର ବୁଲାଉଥିଲେ ।