୬ଟି ରାଜ୍ୟର ପୁଲିସ ଖୋଜୁଥିବା ଦୁର୍ଦ୍ଦାନ୍ତ ନକ୍ସଲ ନିହତ

Naxals killed by police in six states killed

ମାଲକାନଗିରି: ୮୪ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଓରଫ ବିଜୟ ଯାଦବର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହି ନକ୍ସଲ କମାଣ୍ଡରକୁ ୬ଟି ରାଜ୍ୟର ପୁଲିସ ଖୋଜୁଥିଲା । ସନ୍ଦୀପ ନାଁରେ ଓଡିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ କେଶ ରହିଥିବା ଜଣାପଡିଛି ।

ତେବେ ସନ୍ଦୀପକୁ ଧୋକ୍କା ଦେଇ ବିଷ ଦିଆଯାଇଥିବା ଜଣାପଡିଛି । ସନ୍ଦୀପ ମୁଖ୍ୟତଃ ବିହାରର ଗୟା ଜିଲ୍ଲାର ବାସିନ୍ଦା ଅଟେ । ନକ୍ସଲ ସଂଗଠନରେ ଜଡିତ ହେବା ପରେ ସେ ବିଭିନ୍ନ ଅଂଚଳକୁ ବଦଳି ହେବା ସହ ସେହି ଅଂଚଳରେ ବଡ ବଡ ଅଘଟଣ ଘଟାଇ ପୁଲିସକୁ ଚ୍ୟାଲେଞ୍ଜ କରିଥିଲା । ବହୁ ପୁଲିସ କର୍ମୀଙ୍କ ଜୀବନ ସେ ନେଇଛି ।

ସୂଚନାଯୋଗ୍ୟ ଯେ, ଇଡି ଜଣେ ନକ୍ସଲର ଘରେ ଚଢ଼ଉ କରି ଜାଣିବାକୁ ପାଇଥିଲା ଯେ ସନ୍ଦୀପର ୮୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି ।