ନୂଆ ଲୁକ୍‌ରେ ଫେରିବ ଆମ୍ବାସାଡର!

The ambassador will return in a new look!

ନୂଆଦିଲ୍ଲୀ : ଭାରତୀୟ ବଜାରରେ ରାଜ୍‌ କରୁଥିବା ଆମ୍ବାସାଡର କାର୍‌ ପୁଣି ଥରେ ଫେରିବାକୁ ଯାଉଛି । ୨୦୧୪ରୁ ଏହି କାରର ଉତ୍ପାଦନ ବନ୍ଦ ହୋଇ ଯାଇଥିବା ବେଳେ ପୁଣି ଥରେ ଏହାର ଉତ୍ପାଦନ ଆରମ୍ଭ ହେବ । ହିନ୍ଦୁସ୍ତାନ ମୋଟର୍ସ ପକ୍ଷରୁ ୧୯୫୮ରେ ଏହି କାର ନିର୍ମାଣ କରାଯାଇଥିଲା ।

କିଙ୍ଗ ଅଫ ଇଣ୍ଡିଆନ ରୋଡ୍‌ କୁହାଯାଉଥିବା ଆମ୍ବାସାଡର ଏବେ ଭାରତ-ବିଦେଶୀ କମ୍ପାନୀର ବୈଷୟିକ କୌଶଳରେ ଏକ ନୂଆ ରୂପରେ ବଜାରକୁ ଆସିବାକୁ ଯାଉଛି । ଏନେଇ କାର ନିର୍ମାତା କମ୍ପାନୀ ‘ହିନ୍ଦୁସ୍ତାନ ମୋଟର୍ସ’ ୟୁରୋପର ଏକ କମ୍ପାନୀ ସହ ଚୁକ୍ତି କରିଛି ।

କେଉଁ କମ୍ପାନୀ ସହ ଚୁକ୍ତି ହୋଇଛି ସେ ନେଇ ଯଦି କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ତେବେ କୁହାଯାଉଛି ଯେ ପ୍ୟୁଜୋ କମ୍ପାନୀ ସହ ଚୁକ୍ତି ହୋଇଛି । ଏହି ୨ କମ୍ପାନୀ ମିଶି ପୁଣିଥରେ ପଶ୍ଚିମବଙ୍ଗର ଉତ୍ତରପଡା ପ୍ଲାଣ୍ଟରେ କାର ନିର୍ମାଣ ଆରମ୍ଭ କରିବେ । ନୂଆ ରୂପରେ ଆସିବାକୁ ଥିବା ଆମ୍ବାସାଡରର ନା ଆମ୍ବି ରହିବ ଓ ଏହା ପୂରା ଇଲେକ୍ଟ୍ରିକ କାର୍‌ ହେବ ବୋଲି କୁହାଯାଉଛି ।