ସୀମାରେ ଡ୍ରାଗ୍ସ ପ୍ୟାକେଟ ପକାଉଛି ପାକ୍‌ ଡ୍ରୋନ

Pak drones are dropping packets of drugs at the border

ଚଣ୍ଡୀଗଡ଼ : ଭାରତୀୟ ସୀମାରେ ଅନୁପ୍ରବେଶ କରି ପାକିସ୍ତାନୀ ଡ୍ରୋନ ହେରୋଇନ ପକାଇଛି । ପୁଣିଥରେ ପାକିସ୍ତାନୀ ଡ୍ରୋନରୁ ଭାରତୀୟ ସୀମାରେ ହିରୋଇନ ପ୍ୟାକେଟ ପକାଯାଇଛି । ଅଟାରୀବାଘା ସୀମାର ନିକଟ ଗତ ରାତି ବିଓପି ଭରୋପାଲରେ ତୈନାଲ ୧୪୪ ବାଟାଲିୟନର ଜବାନ ବର୍ଡର ପିଲର ନମ୍ବର ୧୧୭ର ପାଖରେ ଡ୍ରୋନର ଅନୁପ୍ରବେଶ ଦେଖିଥିଲେ ।

ଜବାନ ଡ୍ରୋନ ଉପରେ ଛଅ ରାଉଣ୍ଡ ଫାୟାର କରିଥିଲେ । ତେବେ ଡ୍ରୋନ ପାକିସ୍ତାନ ପଟକୁ ଫେରିଯାଇଥିଲା । ବିଏସଏଫ ଯେତେବେଳେ ସୀମାନ୍ତ ଅଂଚଳରେ ଅପରେସନ ଚଳାଇଥିଲେ ସେତେବେଳେ ପାକିସ୍ତାନୀ ସୀମା ନିକଟରେ ଦୁଇ ପ୍ୟାକେଟ ହିରୋଇନ ଜବତ ହୋଇଥିଲା ।