ଡ୍ରୋନ ଉଡାଉଲେ ପ୍ରଧାନମନ୍ତ୍ରୀ ମୋଦି

The drone flew by Prime Minister Modi

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠୁ ବଡ଼ ଡ୍ରୋନ ମହୋତ୍ସବ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୁକ୍ତାକାଶ ଡ୍ରୋନ ପ୍ରଦର୍ଶନୀ ଦେଖିଥିଲେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ର ଠାରେ ଷ୍ଟାର୍ଟଅପ ଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କଥା ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ, ଭୂପେନ୍ଦ୍ର ଯାଦବଙ୍କ ସମେତ ବହୁ ରାଷ୍ଟ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ, ପୂର୍ବ ସରକାରଙ୍କ ସମୟରେ ପ୍ରଯୁକ୍ତିକୁ ସମସ୍ୟାର ଏକ ଅଂଶବିଶେଷ ଭାବେ ବିଚାର କରାଯାଉଥିଲା ଏବଂ ଏହାକୁ ଗରିବ ବିରୋଧୀ ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଉଥିଲା । ଏହି କାରଣରୁ, ୨୦୧୪ ପୂର୍ବରୁ ପ୍ରଶାସନରେ ପ୍ରଯୁକ୍ତିର ବ୍ୟବହାରକୁ ନେଇ ଉଦାସୀନତା ଦେଖିବାକୁ ମିଳୁଥିଲା ।

ତେଣୁ ପ୍ରଯୁକ୍ତିକୁ ପ୍ରଶାସନର ଅଂଶବିଶେଷ କରିବାକୁ ନେଇ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇପାରୁନଥିଲା । ଏହି କାରଣରୁ ଗରିବ, ବଂଚିତ ଓ ମଧ୍ୟବିତ ଜନସାଧାରଣଙ୍କୁ ଅଧିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।