ନାମୀଦାମି ବତୋଲରେ ନକଲି ଥଣ୍ଡା

Fake cold drinks in the famous bottle

କଟକ : ନାମୀଦାମି ବୋତଳ କମ୍ପାନୀର ନକଲି ମୃଦୁପାନୀୟ । ବୋତଲ ଉପରେ ମରାଯାଉଥିବା ଷ୍ଟିକର ମଧ୍ୟ ଥିଲା ନକଲି । ଏହି ନକଲି ମୃଦୁପାନୀୟ ଫ୍ୟାକ୍ଟ୍ରି ଉପରେ ପୁଲିସ ଚଢ଼ାଉ କରିବା ପରେ ସତ ପଦାକୁ ଆସିଛି । କଟକ ଜଗତପୁର ଅଞ୍ଚଳରୁ ଏହି ଫ୍ୟାକ୍ଟ୍ରି ଜବତ ହୋଇଛି । ଏହାକୁ ପିଇଲେ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଥିବା ଫୁଡ ସେଫ୍ଟି ଅଫିସର କହିଛନ୍ତି ।

ଫ୍ୟାକ୍ଟ୍ରିରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ କମିଶନରେଟ ପୁଲିସର ମିଳିତ ଚଢ଼ାଉ ହୋଇଥିଲା । ଯେଉଁଠାରେ ଏହି କାରଖାନାରୁ ୪ହଜାର ବୋତଲ ମୃଦୁପାନୀୟ ପୁଲିସ ଜବତ କରିଛି । କାରଖାନାର ମାଲିକ ଜିତେନ୍ଦ୍ର ସାହୁ ଗତ କିଛି ବର୍ଷ ହେବ ଜଗତପୁର ଡିଗି ସାହିରେ ଏହି କାରଖାନା ଚଳାଇଥିଲେ ।

ଚିନି ପାଣିରେ ବିଭିନ୍ନ ପ୍ରକାର କେମିକାଲ, କଲର ଏବଂ ଏସେନ୍ସ ମିଶାଇ ତିଆରି ସେ କରୁଥିଲେ ମୃଦୁପାନୀୟ । ବିଭିନ୍ନ ନାମୀ କମ୍ପାନୀର ଅବିକଳ ବୋତଲ ଓ ଲୋଗ ତିଆରି କରି ବଜାରକୁ ଛାଡୁଥିଲେ । ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।