ଭାରତକୁ ପୁଣି ପ୍ରଶଂସା କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

The Prime Minister of Sri Lanka praised India again

ନୂଆଦିଲ୍ଲୀ : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଭାରତକୁ ପ୍ରଶଂସାରେ ପୋତିଛନ୍ତି । ଆର୍ଥିକ ସଂକଟର ସାମ୍ନା କରୁଥିବା ନିଜ ଦେଶ ପାଇଁ ଭାରତ ତରଫରୁ ଦିଆଯାଉଥିବା ସହାୟତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଉଭୟ ଦେଶର ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥା ହୋଇଛି । ଏହି ସମୟରେ ସେ ଭାରତ ତରଫରୁ ଦିଆଯାଇଥିବା ସହଯୋଗ ଉପରେ ନିର୍ମଳା ସୀତାରମଣଙ୍କୁ ଭାରତର ପ୍ରଶଂସା କରିଛନ୍ତି ।

ଶ୍ରୀ ବିକ୍ରମ ସିଂଘେ କହିଛନ୍ତି ଯେ, ଶ୍ରୀଲଙ୍କା ପାଇଁ ସହଯୋଗ ପାଇଁ ଏକ ବିଦେଶୀ ସହାୟତା ସମୂଳହର ପ୍ରତିଷ୍ଠାରର ସଂପର୍କରେ କ୍ୱାଡ ସଦସ୍ୟର ପ୍ରସ୍ତାବ ଉପରେ ଭାରତ ଓ ଜାପାନର ସକରାତ୍ମକ ଚିନ୍ତାଧାରା ପାଇଁ ଧନ୍ୟବାଦ ଜଣାଉଛି ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ପ୍ରାୟ ୨ ମାସ ହେବ ଘୋର ଆର୍ଥିକ ପରିସ୍ଥିତି ଦେଖାଯାଇଛି । ଖାଇବା-ପିଇବା ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଓ ଔଷଧ ସଂକଟ ଦେଖାଯାଇଛି । ଭାରତ ଏହାରି ମଧ୍ୟରେ ଏକାଧିକ ଦଫାରେ ଖାଦ୍ୟାନ୍ନ, ପେଟ୍ରୋଲ-ଡିଜେଲ ଓ ଔଷଧ ପଠାଇଛି ।